ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଯାଜପୁର(କେନ୍ଯୁଜ୍) : ଦୀପାବଳି ପୂର୍ବରୁ ଅଘଟଣ। ମେଡିକାଲରେ ଲାଗିଲା ନିଆଁ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି। ଆଉଟ୍‌ ଡୋର୍‌ ପଛପଟେ ଥିବା ଆଶାଗୃହ ନିକଟରେ ଏହି ନିଆଁ ଲାଗିଛି। ତେବେ ଏଥିରେ କାହାର କୌଣସି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଟ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେଡିକାଲ କର୍ତ୍ତୁପକ୍ଷ।