ଗୋଡା ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର
ବେଗୁନିଆ ଦେଉଳି ପଞ୍ଚାୟତର ଗୋଡା ଗାଁରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳ ଛପର ଘର ଜଳି ଯାଇଛି ।

ବେଗୁନିଆ : ବେଗୁନିଆ ଦେଉଳି ପଞ୍ଚାୟତର ଗୋଡା ଗାଁରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳ ଛପର ଘର ଜଳି ଯାଇଛି । ଆଜି ଅପରାହ୍ନ ସମୟରେ ହଠାତ ଗିରିଆ ସାହୁଙ୍କ ଘରୁ ନିଆଁ ଲାଗି ପଡୋଶୀ ଭିକାରୀ ସାହୁଙ୍କ ଘରକୁ ବ୍ୟାପୀ ଯାଇଥିଲା । ଫଳରେ ଉଭୟ ପରିବାରର ତିନି ବଖରା ଚାଳ ଛପର ଘର ଜଳିଯାଇଛି । ନିଆଁ ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାକକୁ ଖବର ଦେବା ସହିତ ନିଜେ କୂଅରୁ ପାଣି ଆଣି ଲିଭାଇବାରେ ଲାଗିପଡିଛନ୍ତି । ତେବେ ଅଗ୍ନିକାଣ୍ଡ କାରଣ ଜଣାପଡିନାହିଁ ।