ଗ୍ୟାସ୍ରୁ ନିଆଁ : ସ୍ୱାମୀ-ସ୍ତ୍ରୀ ଗୁରୁତର

କଟକ : କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରୁନୁବାଳ ନାୟକ ଓ ତାଙ୍କ ସ୍ୱାମୀ ଲମ୍ବୋଦର ନାୟକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଗ୍ୟାସ୍ ଚାଲୁ କରିବା ବେଳକୁ ହଠାତ୍ ନିଆଁ ଲାଗି ଯାଇଥିଲା । ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଥିଲେ । ପତ୍ନୀଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ସ୍ୱାମୀଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ି ଯାଇଛି ।