ବୈଦ୍ୟୁତିକ ସାମଗ୍ରୀ ଦୋକାନରେ ନିଆଁ : ଜଳିଗଲା ୫୦ ଲକ୍ଷ ଟଙ୍କାର ଜିନିଷ

ଭଦ୍ରକ: ଜଳିଗଲା ୫୦ ଲକ୍ଷ ଟଙ୍କାର ଇଲେକଟ୍ରୋନିକ୍ସ ଦୋକାନ । ଭଦ୍ରକ ଜିଲ୍ଲାର ଧୂଷୁରୀ ବଜାରରେ ଭୟାନକ ଅଗ୍ନିକାଣ୍ଡ ହୋଇଛି । ଏକ ଇଲେକଟ୍ରୋନିକ୍ସ ଦୋକାନ ଜଳି ଯାଇଛି । ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ଫ୍ରିଜ, ଟିଭିଳ, ଏସି, ଫେନ, ୱାସିଂ ମେସିନ ସହ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇ ଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା।
ସେହିପରି ଗତକାଲି ନୟାଗଡ଼ ଫତେଗଡ ଥାନା ବାହାଡ଼ା ବାଇଗୁଣିଆ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ଜଳିଯାଇଥିଲା । ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁକୁ ଆୟତ୍ତ କରିବା ବେଳକୁ ଲକ୍ଷାଧିକ ଟଙ୍କାର ପନିପରିବା, ଫଳମୂଳ, ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଥିଲା ।
ଆହୁରି ପଢନ୍ତୁ : ଜଳିଗଲା ଦୋକାନ ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ