ରାଜନଗର ଜିଓଟିୟୁବ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ, ୩୩ କୋଟି ଟଙ୍କା ବ୍ୟୟ ନିର୍ମାଣ ପ୍ରକଳ୍ପରେ ଲାଗିଲା ନିଆଁ

ରାଜନଗର (କେନ୍ୟୁଜ୍) : ଜିଓଟିୟୁବ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ। ୩୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପ୍ରକଳ୍ପରେ ଲାଗିଲା ନିଆଁ। ସମୁଦ୍ର କୂଳ ଲଂଘୁଥିବାରୁ ରାଜନଗର ବ୍ଲକର ୫୪ଟି ସମୁଦ୍ର କୂଳିଆ ଗାଁକୁ ସୁରକ୍ଷା ଦେବା ପାଇଁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ୩୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏହି ପ୍ରକଳ୍ପ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।