ଗୁହାଳରେ ମଶା ଧୂପରୁ ଲାଗିଲା ନିଆଁ , ଜଳିଗଲା ଘର ଓ ୪୦ କୁଇଣ୍ଟାଲ ଧାନ

ସୋର : ଗୁହାଳରେ ମଶା ଧୂପ ଲାଗି ଜଳିଗଲା ୪ ବଖରା ଘର ଓ ୪୦ କୁଇଣ୍ଟାଲ ଧାନ । ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଘଟିଛି ।

ସୂଚନା ଅନୁସାରେ ଗତକାଲି ଗୁହାଳରେ ମଶାଙ୍କ ପାଇଁ ଲାଗିଥିଲା ମଶା ଧୂପ । ମାତ୍ର ରାତି ଅଧରେ ତାହା ବ୍ୟାପୀ ଘରକୁ ଲାଗି ଯାଇଥିଲା ।  ଫଳରେ ଗାଁର ଧିରେନ ମଲ୍ଲିକଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ବିଲ ମଝିରେ ଘର ଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରିନଥିଲେ । ତେଣୁ ସେ ସମସ୍ତଙ୍କୁ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ।  ଖବର ପାଇ ଅଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  ଅଗ୍ନିକାଣ୍ଡରେ ଏବେ ଅମଳ ହୋଇ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।