କଟକ : ଧୂପ କାଠି କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କଟକ(କେନ୍ୟୁଜ୍‌) : କଟକ ଜଗତପୁର ସ୍ଥିତ ଏକ ଧୂପ କାଠି କାରଖାନାରେ ନିଆଁ ଲାଗିଥିବା ଜଣାଯାଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଲା ସେ ସମ୍ପର୍କରେ କିଛି ଖବର ମିଳିନି ।

ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ରହି ନିଆଁ ଲିଭା ଜାରି ରଖିଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୩ଟି ଅଗ୍ନିଶମ ଗାଡ଼ି ଲାଗିଥିବା ବେଳେ ୨୬ ଜଣ କମ୍‌ର୍ଚାରୀ ନିୟୋଜିତ ହୋଇଛନ୍ତି । ଖବର ଲେଖା ହେବ ଯାଏ ନିଆଁ ଲିଭି ନାହିଁ । ନିଆଁର ବେଗ ପ୍ରବଳ ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.