ଜଳୁଛି ଜଙ୍ଗଲ, ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଣ୍ଡବ ଗୁମ୍ଫା ନିକଟରେ ଲାଗିଛି ନିଆଁ

ଖୋର୍ଦ୍ଧା (କେନ୍ୟୁଜ୍‌) : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ଲାଗିଲା ନିଆଁ । ପାହାଡ଼ରେ ଥିବା ପାଣ୍ଡବ ଗୁମ୍ଫା ଅଞ୍ଚଳରେ ନିଆଁ ଲାଗିଛି । ୫୦୦ ମିଟର ଭିତରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । କୌଣସି ଦୁର୍ବୃତ୍ତ ପଣ୍ଡାବ ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ନିଆଁ ଲାଗେଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବନ ବିଭାଗ ସହିତ ଅଗ୍ନିଶମ ବିଭାଗର ଏକ ଟିମ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା କୁହାଯାଇଛି । ହେଲେ ବାଦସ୍ତବରେ କିନ୍ତୁ ଘଟଣା ସ୍ଥଳରେ କେହି ପହଞ୍ଚି ନଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଯଦି ନିଆଁକୁ ଶୀର୍ଘ ଆୟତ୍ତ କରାନଯାଏ ତେବେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି । ପାହାଡ଼ ତଳେ ଥିବା ବିଭିନ୍ନ କଲେଜ ଏବଂ ବ୍ୟବାସାୟିକ ସଂସ୍ଥା ନିଆଁ ମାଡ଼ିଯିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.