ଭୁବନେଶ୍ୱର ବାପୁଜୀ ନଗରରେ ଅଗ୍ନିକାଣ୍ଡ, ଷ୍ଟେଟ୍‌ ବ୍ୟାଙ୍କର ତୃତୀୟ ମହଲାରେ ଲାଗିଲା ନିଆଁ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ବାପୁଜୀ ନଗରରେ ଅଗ୍ନିକାଣ୍ଡ । ବାପୁଜୀ ନଗର ଏସ୍‌ବିଆଇ ଶାଖାରେ ଅଗ୍ନିକାଣ୍ଡ ହୋଇଛି । ଷ୍ଟେଟ୍‌ ବ୍ୟାଙ୍କର ତୃତୀୟ ମହଲାରେ ନିଆଁ ଲାଗିଥିଲା । ନିଆଁ ଲିଭାଇବା କାମରେ ଦୁଇଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି । ତେବେ ବ୍ୟାଙ୍କରେ ସେଭଳି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ବ୍ୟାଙ୍କର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.