ଭୋଗ ଦୋକାନରେ ନିଆଁ, ଜଳିଗଲା ୧୦ରୁ ଅଧିକ ଦୋକାନ
କେନ୍ଦୁଝର: ଭୋଗ ଦୋକାନରେ ନିଆଁ । ଜଳିଗଲା ୧୦ରୁ ଅଧିକ ଦୋକାନ । କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ୧୦ରୁ ଅଧିକ ଦୋକାନ ଜଳିଯାଇଛି । ମନ୍ଦିରର ୨ ନମ୍ବର ଗେଟ୍ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । କିଛିମାସ ପୂର୍ବରୁ ୩ ନମ୍ବର ଗେଟ୍ ସମ୍ମୁଖ ଭୋଗ ଦୋକାନରେ ନିଆଁ ଲାଗିଥିଲା ।
ସେହିପରି ଗତକାଲି କଟକ ପିଠାପୁର ସ୍ଥିତ ଏକ କପଡା ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା। ପ୍ରାଥମିକ ତଦନ୍ତରୁ ସଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପହଁଚି ନିଆକୁ ଆୟତ କରିଥିଲେ । ଅଗ୍ନିଶମ ବାହିନୀର ୨ଟା ଗାଡି ନିଆଁ ଲିଭା କାଯ୍ୟରେ ନୋୟୋଜିତ ଥିଲେ ।