ରେଙ୍ଗାଲି ଷ୍ଟେସନ ନିକଟରେ ଟ୍ରେନ ୱାଗନରେ ନିଆଁ

ରେଙ୍ଗାଲି : ଝାରସୁଗୁଡ଼ା- ସମ୍ବଲପୁର ମଧ୍ୟରେ ଥିବା ରେଙ୍ଗାଲି ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନର ୱାଗନରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। କୋଇଲା ବୋଝେଇ ଟ୍ରେନଟି ବ୍ରଜରାଜନାଗର ରୁ ବିଜୟୱାଡ଼ାକୁ କୋଇଲା ବୋଝେଇ କରି ଏହି ଟ୍ରେନ୍ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ୨ ସମୟରେ ୱାଗନରେ ନିଆଁ ଲାଗିଯାଇଥିଲା। ଏହାପରେ  ଟ୍ରେନକୁ ରେଙ୍ଗାଲି ଷ୍ଟେସନରେ ଅଟକାଇ ଅଗ୍ନିଶମ ବିଭାଗରେ ସହାୟତାରେ ନିଆଁକୁ ଲିଭାଯାଇଛି।