ଯାଜପୁର ମେଦୁଆକଳା ଗାଁରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଯାଜପୁର : ବରୀ ବ୍ଲକ ମନ୍ଦାରି ପଞ୍ଚାୟତ ମେଦୁଆକଳା ଗାଁରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଷ୍ଟ ହୋଇଛି। ଅଗ୍ନିକାଣ୍ଡରେ ୭ ବଖରା ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଅନେକ ଗୃହପାଳିତ ପଶୁ ଆହାତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଉଦ୍ଧବ ବେହେରା,ମଧୁସୂଦନ ବେହେରା ଓ ପୁରୁଷୋତ୍ତମ ବେହେରାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ନିଆଁର ଆଁରେ ଏହି ବ୍ୟକ୍ତିମାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଚାଲି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୬ଟି ଗାଇ ଗୁରୁତର ଭାବେ ଆହାତ ହୋଇଛନ୍ତି। ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।