ଯାଜପୁର: ଇଲେକ୍ଟ୍ରୀ ସ୍କୁଟି ସୋ ରୁମରେ ଭୟାଭୟ ଅଗ୍ନିକାଣ୍ଡ

ଯାଜପୁର(କେନ୍ୟୁଜ୍): ଆଜି ଭୋର ସମୟରେ ଇଲେକ୍ଟ୍ରୀ ସ୍କୁଟି ସୋ ରୁମରେ ଭୟାବହ ଅଗ୍ନିକାଣ୍ଡ ଦେଖିବା ପାଇଁ ମିଳିଛି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵ ହସୀନାବାଦ ଠାରେ ଥିବା ଭାରତ ବେଞ୍ଚ ସୋରୁମ୍ ଓ ବିଦ୍ୟୁତ୍ ଚାଳିତ ସ୍କୁଟି ପ୍ରସ୍ତୁତ କାରଖାନାରେ ହାଠାତ ଅଗ୍ନିକାଣ୍ଡ ଦେଖିବା ପାଇଁ ମିଳିଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ନିଆଁ ଲିଭା କାର୍ଯ୍ୟକ୍ରମ ଜାରି ରଖିଛି। ତେବେ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.