ଅଷ୍ଟମୀରେ ଗଞ୍ଜାମ ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ, ପଣ୍ଡିତମାନେ କହିଲେ ଶୁଭଙ୍କର ନୁହେଁ

କେନ୍ୟୁଜ୍(ବ୍ୟୁରୋ): ପୀଠେ ଅଷ୍ଟମ ତିଥିରେ ତାରାତାରିଣୀ ପୀଠରେ ଅଘଟଣ। ଦୀପଦାନ ଘରେ ଘଟିଛି ଅଗ୍ନିକାଣ୍ଡ। ୩ଟି ଦୀପ ଘରେ ନିଆଁ ଲାଗିଯିବା ଫଳରେଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ସବୁ ଦୁଆରବନ୍ଧ କ୍ଷତି ଘଟିଥିବା ସୂଚନା ମିଳିଛି।  ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

tara traini

ସୂଚନା ମୁତାବକ, ସକାଳୁ ସକାଳୁ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମହାମାୟାଙ୍କ ଅଷ୍ଟମୀ ପୂଜା କରାଯାଇଥିଲା। ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ମା’ଙ୍କ କୃପାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ବି ପବିତ୍ର ଶକ୍ତିପୀଠରେ ଅଷ୍ଟମୀ ତିଥିରେ ନିଆଁ ଲାଗିବା ଆଦୌ ଶୁଭଙ୍କର ନୁହେଁ ବୋଲି ପଣ୍ଡିତମାନେ ଚିନ୍ତାପ୍ରକଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.