ଭୁବନେଶ୍ବର: ଗ୍ରୀନଚିଲି ଫାଷ୍ଟଫୁଡ଼୍ ଷ୍ଟଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ

ଭୁବନେଶ୍ବର(କେନ୍ୟୁଜ୍): ଫାଷ୍ଟଫୁଡ଼୍ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ଘଟିଛି ଭୁବନେଶ୍ବର ଗୋପବନ୍ଧୁ ନଗର ସ୍ଥିତ ଗ୍ରୀନ ଚିଲି ଫାଷ୍ଟଫୁଡ଼୍ ଦୋକାନରେ । ଫାଷ୍ଟଫୁଡ଼୍ ତିଆରି କରୁଥିବା ସମୟରେ ପ୍ରଥମେ ତେଲ କଡେଇରୁ ନିଆଁ ବାହାରି ଦୋକାନକୁ ବ୍ୟାପିଯାଇଥିଲା।  ଫାଷ୍ଟଫୁଡ଼୍ ଦୋକାନର କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ।    ଯହା ଫଳରେ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳେକୁ ଦୋକାନର ଅନେକ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବାର ସୂଚନା ଦେଇଛନ୍ତି ଗ୍ରୀନ ଚିଲି ଫାଷ୍ଟଫୁଡ଼ର ମ୍ୟାନେଜର।

 ସୌଭାଗ୍ୟ ବସତଃ  ଦୋକାନରେ କାମ କରୁଥିବା ୧୪ ଜଣ କର୍ମଚାରୀ ଘଟଣା ଘଟିବା ବେଳେ ବାହାରକୁ ଚାଲିଆସିଥିଲେ। ଯାହା ଫଳରେ ଏକ ବଡ ଅଘଟଣରୁ ସେମାନେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ବେଳେ  ପାଖ ଦୋକାନୀ ମଧ୍ୟ ଭୟରେ ଦୌଡି ବାହାରକୁ ପଳାଇଥିଲେ।

କାରଣ ସେମାନେ ଭାବିଥିଲେ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଛି ଓ ଗ୍ୟାସ ଟାଙ୍କି ଫାଟିବାର  ସମ୍ଭାବନା ରହିଛି। ତେବେ ଅଗ୍ନିଶମ ବାହିନୀ ଠିକଣା ସମୟରେ ପହଞ୍ଚି ନିଆଁକୁ  ଆୟତ୍ତ କରିଛି ।

You might also like