ମୋହନା: ତେଜରାତି ଦୋକାନରେ ଲାଗିଲା ନିଆଁ,  ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନ ରାଣିଖମା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରେ ଲାଗିଛି ନିଆଁ । ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଗ୍ରାମର ରମେଶ ସାହୁଙ୍କ ଦୋକାନରେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁଲାଗିଥିବାର ଦେଖି ଗ୍ରାମବାସୀମାନେ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଳ୍ପ ପରିମାଣର ନିଆଁ ଆୟତ୍ତ ହୋଇଥିଲା। ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ କିପରି ଲାଗିଲା ତାହା ଜଣା ପଡିନଥିବା ବେଳେ ଏହା ବ୍ୟବସାୟୀକ ଶତୃତାରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି। ଦେକାନ ମାଲିକ ରମେଶ ସାହୁଙ୍କ ଏତଲାକୁ ଭିତ୍ତି କରି ମୋହନା ପୋଲିସ ତଦନ୍ତ ଚଳାଇଥିବା କହିଛନ୍ତି ଥାନ ଅଧିକାରୀ ସୁଜିତ କୁମାର ନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.