ଉଦଳାରେ ଅଗ୍ନିକାଣ୍ଡ, ଯୁବତୀ ଗୁରୁତର

ମୟୂରଭଞ୍ଜ : ଉଦଳା ଥାନା ବାଉଁଶପାଳରେ ଅଗ୍ନିକାଣ୍ଡ । ୨ବଖରା ଜଳିଯିବା ସହ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗାଁର ବୀରେନ୍ଦ୍ର ବେହେରାଙ୍କ ପରିବାର ଲୋକେ ରାତିରେ ଘରେ ଶୋଇଥିଲେ । ଭୋରରୁ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଥିରେ ତାଙ୍କ ଝିଅ ଧରିତ୍ରୀ ଗୁରୁତର ହୋଇଥିଲେ । ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପହିନାହିଁ।