ପିଛା ଛାଡ଼ୁନି ଦୁର୍ଘଟଣା: ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ଲାଗିଗଲା ନିଆଁ, ୪ ଘଣ୍ଟା ବିଳମ୍ବରେ ଗଡ଼ିଲା

ଗତକାଲି ରାତି ପ୍ରାୟ ୧୦ଟାରେ ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ନିଆଁ ଲାଗିଯାଇଥିଲା। ପ୍ରବଳ ଧୂଆଁ ହେବାରୁ ଯାତ୍ରୀମାନେ ଅସୁରକ୍ଷିତ ମନେ କରି ଟ୍ରେନରୁ ଓହ୍ଲାଇ ପଡିଥିଲେ। ସଂପୂର୍ଣ୍ଣ ଷ୍ଟେସନ ଧୂଆଁମୟ ହୋଇଯାଇଥିଲା।

(କେନ୍ୟୁଜ): ୪ ଘଣ୍ଟା ବିଳମ୍ବରେ ଗଡ଼ିଲା ପୁରୀ-ଦୁର୍ଗ ଏକ୍ସପ୍ରେସ୍‌। ଗତକାଲି ରାତି ପ୍ରାୟ ୧୦ଟାରେ ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ନିଆଁ ଲାଗିଯାଇଥିଲା। ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀ ଜାଣିବାକୁ ପାଇଥିଲେ। ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ତେବେ ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନକୁ ଖରିଆରରୋଡ ଷ୍ଟେସନକୁ ଆଣିଥିଲେ। ଟ୍ରେନର ଏସି ବଗି ନିକଟରେ ଚକର ବ୍ରେକ ବାଇଣ୍ଡିଙ୍ଗରେ ନିଆଁ ଲାଗି ଯାଇଥିଲା। ପ୍ରବଳ ଧୂଆଁ ହେବାରୁ ଯାତ୍ରୀମାନେ ଅସୁରକ୍ଷିତ ମନେ କରି ଟ୍ରେନରୁ ଓହ୍ଲାଇ ପଡିଥିଲେ। ସଂପୂର୍ଣ୍ଣ ଷ୍ଟେସନ ଧୂଆଁମୟ ହୋଇଯାଇଥିଲା। ଖରିଆରରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସମସ୍ୟ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନଟି ସନ୍ଧ୍ୟା ୬ଟା ୫୩ରେ ଖରିଆରରୋଡ ଷ୍ଟେସନରେ ପହଞ୍ଚିବାକୁ ଥିଲା। ତେବେ ନିଆଁ ଲାଗିବା କାରଣରୁ ରାତି ପ୍ରାୟ ୧୦ଟା ୫ରେ ପହଞ୍ଚିଥିଲା । ରାତି ପ୍ରାୟ ୧୧ଟା ୫ ମିନିଟରେ ଟ୍ରେନଟି ଖରିଆରରୋଡ ଷ୍ଟେସନ ଛାଡିଥିଲା ।

 

 

Leave A Reply

Your email address will not be published.