ଅନୁଗୁଳ : ଚଳନ୍ତା ଟ୍ରକରେ ନିଆଁ

ଅନୁଗୁଳ (କେନ୍ୟୁଜ୍) : ଚଳନ୍ତା ଟ୍ରକରେ ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଲୁହାପଥର ବୋଝେଇ ଟ୍ରକ। ଅନୁଗୁଳ ପାଲଲହଡ଼ା ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥ ଖେମକା ନିକଟରେ ଟ୍ରକଟି ଜଳିଯାଇଛି। ତେବେ ଡ୍ରାଇଭର ଓ ହେଲପର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକଟି ରାଉରକେଲାକୁ ପାରାଦୀପ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।