ରାଜ୍ୟ

ପୁଅ ପାଇଁ ମାଆ ଗାଡି କିଣି ନେଉଛି ସେପଟେ ଚାପ ଦେଖିବାକୁ ଯାଇ ଚାଲିଗଲାଣି ପୁଅର ଜୀବନ

ଭୁବନେଶ୍ୱର (କେନ୍ୟୁଜ) : ମା ପାଦ ତଳୁ ଖସିଗଲା ମାଟି, ଏବେ ମାଆକୁ ଆଉ କିଏ ସମ୍ଭାଳେ । କାନ୍ଦି କାନ୍ଦି କହୁଥିଲା…. ଧନରେ ତୁ କହିଥିଲୁ ନା ମମି ନୂଆ ଗାଡି ଭୁବନେଶ୍ୱରରୁ ଆଣିବୁ ମୁଁ ସେହି ଗାଡି ଚଲେଇଵି, ଚାରିଆଡେ ବୁଲିବି । ଦେଖ ଗେଲୁ ତୋ ପାଇଁ ବହୁତ ସୁନ୍ଦର ବଡ଼ ଗାଡି ଆଣିଛି । ତୁ କଣ ସେ ଗାଡିରେ ବସି ବୁଲିବୁନି ରାଗିଛୁ ? ଆ.. ମୋ ସୁନା ଗେଲୁ ଦେଖିଲୁ କେତେ ବଢିଆ ହୋଇଛି ତୋ ଗାଡିସବୁ । ଏମିତି ହୃଦୟ ବିଦାରକ କଥା କହି ମନେ ପକାଇ କାନ୍ଦୁଥିଲା ମାଆଟି । ପାଖରେ ବସିଥିଲା ଆଉ ଗୋଟିଏ କୁନି ଝିଅ ଯିଏକି ମାଆ କୁ ବୁଝାଉଥାଏ, ମାଆ ତୁ କାନ୍ଦେନି ପୁଅ ଫେରି ଆସିବ କହି କହି ନିଜ ଆଖିର ଲୁହକୁ ସମ୍ଭାଳି ପାରୁନଥାଏ । ଭୋ ଭୋ ହୋଇ କାନ୍ଦି ପକାଉଥାଏ l କେମିତି ଅବା ନକାନ୍ଦିବ ତା କୁନି ଭାଇ ସହିତ ଖୁବ୍ ଖେଳିଛି ସେ ଅନେକ ମଜା କରିଛି ସେ । ଆଉ ଆଜି ତାର କୁନି ଭାଇଟି ଯେତେବେଳେ ତାଠାରୁ ଦୂରକୁ ବହୂ ଦୁରକୁ ଆରପାରିକୁ ଚାଲିଯାଇଛି କେମିତି ଅବା ସମ୍ଭାଳି ହୋଇ ରହିବ । କିନ୍ତୁ ଏକଣ ହେଲା ଗାଡି ଚଢିବା ପୂର୍ବରୁ କୌଟଲ୍ୟ ଆଉ ନାହିଁ ଚାଲି ଗଲା ଏତେ ଦୁରକୁ ଯେ ଯେଉଁଠୁ ଆଉ କେବେବି ଫେରିବନି ସେ । କୌଟଲ୍ୟ ପାଖରେ ମାଆ କିଣିଥିବା ଗାଡି ପହଁଚିବା ଅଳ୍ପ ସମୟ ପୂର୍ବରୁ ଖବର ମିଳିଥିଲା ନରେନ୍ଦ୍ରପୋଖରୀ ଚାପ ଖେଳ ସମୟରେ ଆତଶବାଜି ବେଳେ ବିସ୍ଫୋରଣର କରାଳ ଗର୍ଭରେ ସବୁଦିନ ପାଇଁ ହଜି ଯାଇଛି କୁନି ଶିଶୁ କୌଟଲ୍ୟ ।

ଏମିତି କିଛି କଥା ହୃଦୟ କୁ ସମସ୍ତଙ୍କର କନ୍ଦାଉ ଥିଲା କି ନୂଆ ଗାଡିଟିଏ ଭାରି ଖୁସିରେ ନେଇକି ମା ଯାଉଥିଲେ ହେଲେ ଗାଡି ପାଇଁ କହିଥିବା କୁନି କୌଟଲ୍ୟ ସମସ୍ତଙ୍କୁ ଦୁଃଖ ସାଗରେ ଭସାଇ ଚାଲିଗଲା । ରେ ଜଗା ତୋର କଣ ଏହି ବିଚାର ଦୁଇ ବର୍ଷର କୁନି ଛୁଆଟି ତୋର କି ଦୋଷ କରିଥିଲା ତାକୁ ତା ମାଆ କୋଳରୁ କାହିଁକି ଛଡାଇ ନେଲୁ । ହଁ ଆମେ କହୁଛୁ ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ କଥା । ଯେଉଁ ବାଣ ବିସ୍ଫୋରଣ ସମସ୍ତଙ୍କ ମନରେ ଭରି ଦେଇଥିଲା ଅନେକ ଦୁଃଖ ଆଉ ଯନ୍ତ୍ରଣା । ଯାହା କେବେବି ଲିଭିବନି । କାହା ଠାରୁ ଭାଇ ତ ଆଉ କୋଉ ମାଆ ଠାରୁ ପୁଅକୁ । ସ୍ତ୍ରୀ ଠାରୁ ଶଙ୍ଖା ସିନ୍ଦୁରକୁ ପୁଣି କେଉଁ ଝିଅ ଠାରୁ ତା ବାପାକୁ । ଏତେ ବଡ଼ ଦୁଃଖ ଦେଲେ କାଳିଆ ସାଆନ୍ତେ ଦରଦୀ ବନ୍ଧୁ ।

ପରିବାର ଲୋକଙ୍କ କହିବା ଅନୁସାରେ ଦେବଦତ୍ତ ସ୍ୱାଇଁ ନାମକ ବ୍ୟକ୍ତି ପୁରୀ ଜଗନ୍ନାଥ ମନ୍ଦିର ଅଞ୍ଚଳର ବାସିନ୍ଦା । ଦେବଦତ୍ତ ସ୍ବାଇଁଙ୍କ ଗୋଟିଏ ଦୁଇ ବର୍ଷର କୁନି ପୁଅ ତା ନାମ କୌଟଲ୍ୟ । ଦେବଦତ୍ତ ଫୁଲ ଦୋକାନ କରି ପରିବାର ଚଳାନ୍ତି । ଘଟଣା ଦିନ ସନ୍ଧ୍ୟା ସମୟରେ ମହାପ୍ରଭୁ ଚାପ ଖେଳ ପାଇଁ ନରେନ୍ଦ୍ର ପୋଖରୀକୁ ଯାଇଥିଲେ । ସେହି ଚାପଖେଳ ଦେଖିବାକୁ ଦେବଦତ୍ତ ଦୁଇ ବର୍ଷର କୁନି ଶିଶୁ କୌଟଲ୍ୟକୁ ନେଇ ପହଞ୍ଚି ଯାଇଥିଲେ ନରେନ୍ଦ୍ର ପୋଖରୀ ନିକଟରେ । ସେବାୟତ ମାନେ ସେଵା ଯୋଗାଇ ଦେଉଥାନ୍ତି ଚାପ ଖେଳରେ । ମହାପ୍ରଭୁ ଚାପ ଖେଳୁ ଥିବାବେଳେ ଆତଶ ବାଜି ଆରମ୍ଭ ହୋଇଥିଲା ।

ଆଉ ସେହି ଆତଶ ବାଜି ହିଁ ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କ ପାଇଁ କାଳ ହୋଇଥିଲା । ଆତଶ ବାଜି ଭିତରେ ହଠାତ ନିଆ ଲାଗିଥିଲା ଏବଂ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସେହି ବିସ୍ଫୋରଣର ନିଆରେ ଅନେକ ଜୀବନ ଚାଲି ଯାଇଥିବା ବେଳେ ଦେବଦତ୍ତ ଗୁରୁତ୍ତର ଅବସ୍ଥାରେ ସ୍ଥାନୀୟ ପୁରୀ ମେଡିକାଲ ନେଇଥିଲେ । ତାପରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି । କୁନି କୌଟଲ୍ୟକୁ ମଧ୍ୟ ଏକ ଘରୋଇ ହସ୍ପିଟାଲକୁ ଗୁରୁତ୍ତର ଅବସ୍ଥା ରେ ଅଣା ଯାଇଥିଲା । ହେଲେ ମେଡିକାଲରେ ଜୀବନ ସଂଗ୍ରାମରେ ହାରିଯାଇଥଲା କୋଟଲ୍ୟ । ସେହି ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କଲା । ସେପଟେ ଦେବଦତ୍ତଙ୍କ ଅବସ୍ଥା ମଧ୍ୟ ଶଙ୍କଟାପର୍ଣ୍ଣ ରହିଛି । ସାରା ଓଡିଶାକୁ ଥରାଇ ଦେଇଛି ଏହି ବାଣ ବିସ୍ଫୋରଣ । ଚାଲି ଯାଇଛି ଅନେକଙ୍କ ଜୀବନ । ସେହି ମୃତକ ମାନଙ୍କ ମଧ୍ୟରୁ ଦୁଇ ବର୍ଷର କୁନି ଶିଶୁ କୋଟଲ୍ୟ ବି ରହିଛି । ଗାଡି କିଣି ମାଆ ତା ପାଖକୁ ନେଇକି ଯାଉଥିଲା ହେଲେ କୌଟଲ୍ୟ ଆଉ ଚଢ଼ି ପାରିଲାନି, ଅଧୁରା ରହିଗଲା ତାର ଇଚ୍ଛା…..

 

Pritiparna

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

25 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

30 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago