କୂଅ ଭିତରେ ଖସିପଡିଲେ ବ୍ୟକ୍ତି, ଦେବଦୂତ ସାଜି ପହଞ୍ଚିଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ: ଜୀବନ ଯାଉ ଯାଉ ବଞ୍ଚିଗଲା । କଥାରେ ଅଛି ରଖେ ହରି ତ ମାରେ କିଏ । ଭାଗ୍ୟ ଯଦି ସାଥ ଦିଏ ନା କେହି କିଛି ବିଗାଡି ପାରନ୍ତି ନାହିଁ । କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡି ଚାଲି ଯାଉଥିବା ବେଳେ କିଛି ଜଣଙ୍କର ଭାଗ୍ୟ ଏତେ ଟାଣ ଥାଏଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ ତରିଯାନ୍ତି ।

ଗତକାଲି ଶନିବାର ଅର୍ଥାତ୍ ଗତକାଲି ପ୍ରାୟ ୪.୩୦ମିନିଟ ସମୟରେ ଖବର ଆସିଲା ଯେ ଶେରଗଡ଼ ସାମନ୍ତ ସାହିର ଅମରେଶ ହୋତା ନାମକ ଜଣେ ବ୍ୟକ୍ତି ନିଜ ଘର ପଛପଟେ ଥିବା ୩୦ଫୁଟର ଗଭୀର କୂପ ଭିତରେ ଖସି ପଡିଛନ୍ତି । କୂପ ଭିତରେ ଥିବା ପମ୍ପଟି ଖରାପ ଥିବାର ଜାଣି ତାକୁ କୂଅ ଭିତରୁ କାଢିବା ସମୟରେ ଅସାବଧନତା ବଶତଃ ଖସିପଡ଼ିଥିଲେ ।

ତେବେ ଏହି ଖବର ପାଇବା କ୍ଷଣି ତୁରନ୍ତ ଶେରଗଡ଼ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ଘଟଣାସ୍ଥଳରେ ଯାଇ ପହଁଞ୍ଚିଥିଲା । ଉକ୍ତ ଟିମ୍ ର ମୁଖ୍ୟ ଗୋବିନ୍ଦ ନାଏକ ସାହାସିକତାର ସହିତ ବିଳମ୍ବ ନକରି କୂଅ ମଧ୍ୟକୁ ଯାଇଥିଲେ ଏବଂ ବ୍ୟକ୍ତି ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ତାଙ୍କୁ ସିଏଚସି ଶେରଗଡ଼ଠାରେ ପହଞ୍ଚାଇବା ସହିତ ତୁରନ୍ତ ଚିକିତ୍ସା କରାଇଥିଲେ ।