ଧର୍ମଶାଳା ସିଡ଼ିପିଓଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ (ସିଡ଼ପିଓ)ଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ। ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା।ଆଜି ସକାଳ ପ୍ରାୟ ୮.୩୦ମି ସମୟରେ ସିଡିପିଓଙ୍କ କାର୍ଯ୍ୟାଳୟରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଯୁବକ ଦେଖିବାକୁ ପାଇଥିଲେ।

ସଙ୍ଗେ ସଙ୍ଗେ କାର୍ଯ୍ୟାଳୟର ଉପର ମହଲାରେ ଥିବା କନଫରେନ୍ସ ହଲରେ ନିଆଁ ଲାଗିଥିଲା। ଏହା ଦେଖି ଯୁବକମାନେ କାର୍ଯ୍ୟାଳୟର ତାଲା ଭାଙ୍ଗି ନିଆଁକୁ ଆୟତ୍ତ କରିବା ସହ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ନିଆଁ ଆୟତ୍ତ ହୋଇଯାଇଥିଲା। ତେବେ ସ୍ଥାନୀୟ ଯୁବକଙ୍କ ଉଦ୍ୟମ ଓ ସାହାସିକତା ଯୋଗୁ ଏକ ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ନିଆଁ ଆୟତ୍ତ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.