ବାଲେଶ୍ୱରରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ

ବାଲେଶ୍ୱର (କେ ନ୍ୟୁଜ୍): ଫୁଟିଲା ଗୁଳି । ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ ହୋଇଛି। ସହଦେବଖୁଣ୍ଟା ଗୋଷଳପଦାର ଅମିତ କୁମାର ସିଂଙ୍କ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗି ରହିଥିବାବେଳେ ଗତକାଲି ଏହା ଉଗ୍ର ରୂପ ନେଇଥିଲା। ପ୍ରଥମେ ପଥର ମାଡ ଓ ପରେ ଗୁଳିମାଡ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।