ବାଲେଶ୍ୱର ଜାଇକା ଇଣ୍ଟରନ୍ୟାସନାଲ ହୋଟେଲରେ ଗୁଳିମାଡ଼

firingବାଲେଶ୍ୱର: ସଦର ଥାନା ଓଟି ରୋଡ ସ୍ଥିତ ଜାଇକା ଇଣ୍ଟରନ୍ୟାସନାଲ ହୋଟେଲ ଉପରେ ଗୁଳିମାଡ଼ ହୋଇଛି। ୩ ଜଣ ଯୁବକ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ତେବେ ଗୁଳିମାଡରେ ହୋଟେଲ ସାମ୍ନା କାଚ ନଷ୍ଟ ହୋଇଯାଇଥିବାବେଳେ କେହି ଆହତ ହୋଇନାହାଁନ୍ତି।

gunଗୁଳିମାଡର କାରଣ ଜଣାପଡିନଥିବାବେଳେ ଫାୟାରିଂ ପଛରେ ଗ୍ୟାଙ୍ଗଷ୍ଟରଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି। ବାଲେଶ୍ୱର ପୋଲିସ ଘଟଣାର ଛାନଭିନ୍ କରୁଛି। ସିସିଟିଭି ଫୁଟେଜକୁ ଆଧାର କରି ଅପରାଧୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି SDPO କହିଛନ୍ତି।

Leave A Reply

Your email address will not be published.