ଲୁଟ ଉଦ୍ୟମରେ ବିଫଳ, ରାଗରେ ମଦ ଦୋକାନ ମାଲିକଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ମୟୂରଭଞ୍ଜ: ମଦ ଦୋକାନ ମାଲିକଙ୍କୁ ଗୁଳିମାଡ଼ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗୋରୁମହିଷାଣୀ ଥାନା ମୁଖ୍ୟ ବଜାରସ୍ଥିତ ବିଦେଶୀ ମଦ ଦୋକାନ ମାଲିକଙ୍କୁ ଗୁଳିମାଡ଼ ହୋଇଛି । ବାଇକ୍ ରେ ଆସିଲେ ଲୁଟ ଉଦ୍ୟମ କଲେ , ଆଉ ସଫଳ ନ ହେବାରୁ ମାଲିକଙ୍କୁ ଗୁଳିକରି ଆଖି ପିଛୁଳାକେ ଫେରାର ହୋଇଗଲେ ତିନି ଜଣ ଦୁର୍ବୃତ୍ତ ।  ଗୁଳି ମାଡ଼ରେ ଆହତ ଦୋକାନ ମାଲିକ ସବ୍ୟସାଚୀ ମହାନ୍ତି ।  ତାଙ୍କୁ ପ୍ରଥମେ ରାଇରଙ୍ଗପୁର ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାନର କରାଯାଇଛି ।  ସବ୍ୟସାଚୀଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଛି ।  ଘଟଣା ସ୍ଥାଲରେ ଗୋରୁମହିଷାଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

ଆହୁରି ପଢ଼ନ୍ତୁ :  ବିବାହ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ଦଣ୍ଡାଦେଶ