ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ବ୍ୟବସାୟୀ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ): ପୁଣି ଗଞ୍ଜାମରେ ଫୁଟିଲା ଗୁଳି । କେ. ନୂଆଗାଁ ଥାନା ବୀରସିଂ ଲକ୍ଷ୍ମୀ ନାରାୟଣପୁରରେ ଗୁଳିମାଡ଼ରେ ବ୍ୟବସାୟୀ ସୁବାସ ପଣ୍ଡା ଗୁରୁତର । ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ସଂଧ୍ୟାରେ ୪ଟି ବାଇକରେ ୮ ଜଣ ଦୁର୍ବୃତ୍ତ ଆସି ହଠାତ୍ ସୁବାସଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କେ. ନୂଆଗାଁ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଗୁଳିମାଡ଼ର କାରଣ କଣ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.