ନିର୍ବାଚନ ପରବର୍ତ୍ତୀ ହିଂସାରେ ଫୁଟିଲା ଗୁଳି, ୩ ଆହତ ସୋନପୁର ଡାକ୍ତରଖାନାରେ ଭର୍ତ୍ତି  

କେନ୍ୟୁଜ୍(ବ୍ୟୁରୋ):   ନିର୍ବାଚନ ପରବର୍ତ୍ତୀ ହିଂସାରେ ଫୁଟିଲା ଗୁଳି । ମନମୁଣ୍ଡା-ବୌଦ୍ଧ ରାସ୍ତାର ଦହ୍ୟା ଛକରେ ଘଟିଛି ଗୁଳିକାଣ୍ଡ । ରକ୍ସା ପଂଚାୟତର ଉଭୟ ବିଜୟୀ ଓ ପରାଜିତ ସରପଂଚଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିକାଣ୍ଡ ହୋଇଛି । ୩ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗୁଳିକାଣ୍ଡରେ କିରାସିରା ଗାଁର ରାଜେନ୍ଦ୍ର ଜଗଦଲା ଏବଂ ଚନ୍ଦନ ମଲ୍ଲିକଙ୍କ ଦେହରେ ଗୁଳି ଲାଗିଥିବା ବେଳେ ଗୋପାଳ ମଲ୍ଲିକଙ୍କ ହାତ ଭାଙ୍ଗିଛି । ଗୁରୁତରଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.