ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁରେ ଗୁଳିମାଡ଼ : ଦୁଇ ମୃତ, ଦୁଇ ଗୁରୁତର

ନୟାଗଡ଼ : ରାଜ୍ୟରେ ସମସ୍ତେ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇଥିବା ବେଳେ ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା ଉପରେ ପାଣି ଯିବାକୁ କେନ୍ଦ୍ରକରି ବଧୀ ସାହି ଓ ପାଣିଭଣ୍ଡାର ଗାଁର ଲୋକଙ୍କ ମଧ୍ୟରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ପାଣିଭଣ୍ଡାର ଗାଁର ଦୁଇ ଜଣ ମୃତ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେହି ଗାଁରେ ଉତ୍ତେଜନା ଲାଗିରହିଛି। ଏଣୁ ସେଠାରେ ପୋଲିସ ମୁତୟନ କରାଯିବା ସହ ଘଟଣାକୁ ନିୟନ୍ତ୍ରିତ କରିବାକୁ ଚେଷ୍ଠା କରାଯାଉଛି।

Leave A Reply

Your email address will not be published.