କୋରାପୁଟ(କେନ୍ୟୁଜ୍): କୋରାପୁଟ ନନ୍ଦପୁରରେ ପୋଲିସ – ମାଓବାଦୀ ମଧ୍ୟରେ ଗୁଳିବିନିମୟ। ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ କ୍ରସର କର୍ମଚାରୀ। ଗତକାଲି ରାତି ପ୍ରାୟ ୧୦ବେଳେ ନନ୍ଦପୁରର ସିଲପଣ୍ଡି ପଥର କ୍ରସର ନିକଟରେ ଗୁଳିବିନିମୟ ହୋଇଥିଲା। କ୍ରସର ବାହାରେ ବସିଥିବା କ୍ରସରର ସାଇଟ୍ ଇନଚାର୍ଜ ପ୍ରସାଦ ରାଓଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହାର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଯାଇଥିବା ବେଳେ ପୋଲିସ କର୍ମଚାରୀ ପ୍ରସାଦଙ୍କୁ ଆଶାକିରଣ ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କୋରପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।