ଜଗତସିଂହପୁର: ଦାଦାବଟି ଦାବିରେ ଫାଙ୍କା ଗୁଳି ଚାଳନା

firingଜଗତସିଂହପୁର: ଦାଦାବଟି ଦାବିରେ ଫାଙ୍କା ଗୁଳି ଚାଳନା । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଓଲରାଠାରେ ଦୁଇଜଣ ମାଛ ବ୍ୟବସାୟୀଙ୍କ ଠାରୁ ବଟି ଦାବି କରି କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ । ଏହା ସହ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ମାଛ ବ୍ୟବସାୟୀ ଅଶୋକ ମଣ୍ଡଳ ଓ ରମାକାନ୍ତ ମଣ୍ଡଳଙ୍କ ମାଛ ଗଦି ଉପରେ ଆଠ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ଲକ୍ଷ ଟଙ୍କା ଦାବି କରିଥିଲେ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.