କେନ୍ଦ୍ରାପଡ଼ା: କଳପଡ଼ା ଲୁଣାନଦୀ ପୋଲ ଉପରେ ଗୁଳିକାଣ୍ଡ, ୨ ଆହତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ସହର ଥାନା କଳପଡ଼ା ଲୁଣାନଦୀ ପୋଲ ଉପରେ ଗୁଳିକାଣ୍ଡ। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ପାଟକୁରା ଥାନା ବଛରାଇ ଗାଁର ରାଜେଶ ମୁଦୁଲି ଓ ସଦର ଥାନା ଅଙ୍ଗୁଳାଇ ବରେଇ ଗାଁର ବିନୋଦ ସାହୁ। ଗତକାଲି ରାତିରେ ରାଜେଶ ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ଏକ ମୋଟର ସାଇକଲରେ ମାର୍ଶାଘାଇରୁ ବଛରାଇ ଫେରୁଥିଲେ। ଏତିକିବେଳେ ସେମାନଙ୍କ ଉପରକୁ ପଛରୁ ୩ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳାଇ ଫେରାର୍‌ ହୋଇଯାଇଥିଲେ। ଆହତ ଦୁଇ ଜଣଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡ ପଛରେ ଗ୍ୟାଙ୍ଗ ଓ୍ଵାର୍‌ ସନ୍ଦେହ କରୁଛି ପୋଲିସ। କେନ୍ଦ୍ରାପଡ଼ା ସ୍ପେଶାଲ୍‌ ସ୍କ୍ଵାଡ୍‌ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ଖୋକା ଜବତ କରି ଖୋଳତାଡ ଚଳାଇଛି।