ନୂଆପଡ଼ାରେ ଫାୟାରିଂ, ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ୩ ଦୁର୍ବୃତ୍ତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଫାୟାରିଂ । ସକାଳ ୬ଟାରେ ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ୩ ଦୁର୍ବୃତ୍ତ। ଅଳ୍ପକେ ବର୍ତ୍ତିଲେ ଯୁବକ । ଆଜି ସକାଳୁ ଶାନ୍ତିନଗରପଡାର ଗୌରବ ଅଗ୍ରୱାଲ ନିଜ ଘର ଆଗରେ ଠିଆ ହୋଇଥିଲେ । ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରିଥିଲେ । ସୌଭାଗ୍ୟବଶତଃ ତାଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଅଞ୍ଚଳକୁ ୩ଜଣ ବନ୍ଧୁକଧାରୀ ୩ଦିନ ଧରି ଆସୁଥିଲେ । ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ପରେ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।
ଆହୁରି ପଢ଼ନ୍ତୁ : ସ୍ୱାମୀଙ୍କ ସହ ମାର୍କେଟରୁ ଫେରୁଥିଲେ ମହିଳା, ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ