ଘରୁ ଡାକିନେଇ ହତ୍ୟା: କେନ୍ଦ୍ରାପଡ଼ା ରାଜନଗର କଣ୍ଡିରା ଗାଁରେ ଫୁଟିଲା ଗୁଳି , ଜଣେ ମୃତ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ଘରୁ ଡାକିନେଇ ହତ୍ୟା। କେନ୍ଦ୍ରାପଡ଼ା ରାଜନଗର କଣ୍ଡିରା ଗାଁରେ ଫୁଟିଲା ଗୁଳି । ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କିଶୋର ସେଠୀ । ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି କିଶୋରଙ୍କୁ ଘରୁ ଡାକିନେଇ ଗୁଳିମାଡ କରିଛନ୍ତି। ଗୁଳି ମାରିଥିବା ଯୁବକଙ୍କ ମଧ୍ୟରୁ ସିପନ ନାମକ ଜଣେ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ତେବେ ସେ କାହିଁକି ଗୁଳିମାଡ଼ କଲା ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।