ସମ୍ବଲପୁର: କ୍ଷେତ୍ରରାଜପୁର ଥାନା ଷ୍ଟେସନପଡାରେ ଗୁଳିକାଣ୍ଡ

firingସମ୍ବଲପୁର: କ୍ଷେତରାଜପୁର ରେଲେଓ୍ଵ କଲୋନୀରେ ଗୁଳିକାଣ୍ଡ ହୋଇଛି। ଏଥିରେ ଗଣେଶ ଜଗଦଲା ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ଆଜି ସକାଳେ ଗଣେଶ ମାର୍କେଟକୁ ଯାଇଥିବାବେଳେ ସେଠାରେ କୌଣସି କଥାକୁ ନେଇ ମଣ୍ଟୁ ନାମକ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ଏହାପରେ ସେ ତାଙ୍କ ବାସଭବନକୁ ଫେରିଆସିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଣ୍ଟୁ ଗଣେଷଙ୍କ ଘରେ ପହଞ୍ଚି ତାଙ୍କୁ ଗାଲିଗୁଲଜ କରିବା ସହ ତାଙ୍କ ଉପରକୁ ଗୁଳି କରିଥିଲା। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗଣେଶଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.