କଟକ ନେମାଳ ଥାନା ନାଗସପୁର ବାଲିଘାଟରେ ଗୁଳିମାଡ଼, ବୁଲଡୋଜର ଜାଳିଦେଇଛନ୍ତି ଦୁର୍ବୃତ୍ତ
ବାଲିଘାଟର କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ୩ରୁ ୪ଜଣ ଦୁର୍ବୃତ୍ତ ଆସି ଫାଙ୍କା ଗୁଳି ଚାଳନା କରିଥିଲେ।ପରେ କର୍ମଚାରୀଙ୍କୁ ଭୟଭୀତ କରାଇ ୩୫ ହଜାର ଲୁଟିନେଇଥିଲେ । ଏହାସହ ପାଖରେ ଥିବା ଏକ ବୁଲଡୋଜରରେ ନିଅାଁ ଲଗାଇଦେଇଥିଲେ ।
କଟକ(କେନ୍ୟୁଜ୍): ବାଲିଘାଟରେ ଗୁଳିମାଡ଼ । ବୁଲଡୋଜର ଜାଳିଦେଲ ଦୁର୍ବୃତ୍ତ । କଟକ ଜିଲ୍ଲା ନେମାଳ ଥାନା ନାଗସପୁର ଥିବା ଏକ ବାଲି ଘାଟରେ ଗୁଳିମାଡ ହୋଇଛି। ଗୁଳିମାଡ଼ ସହ ଏକ ବୁଲଡୋଜର ଜାଳିଦେଇଛନ୍ତି ଦୁର୍ବୃତ୍ତ । ବାଲିଘାଟର କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ୩ରୁ ୪ଜଣ ଦୁର୍ବୃତ୍ତ ଆସି ଫାଙ୍କା ଗୁଳି ଚାଳନା କରିଥିଲେ।
ପରେ କର୍ମଚାରୀଙ୍କୁ ଭୟଭୀତ କରାଇ ୩୫ ହଜାର ଲୁଟିନେଇଥିଲେ । ଏହାସହ ପାଖରେ ଥିବା ଏକ ବୁଲଡୋଜରରେ ନିଅାଁ ଲଗାଇଦେଇଥିଲେ । କିଏ ଓ କେଉଁ କାରଣରୁ ଏପରି କରିଛି ତାହା ଜଣାପଡିନାହିଁ । ବାଲିଘାଟ ବ୍ୟବସାୟକୁ ନେଇ ଏଭଳି କାଣ୍ଡ ଘଟିଥିବା ଅନୁମାନ କରଯାଉଛି। ନେମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।