ଟାଙ୍ଗୀ କନ୍ତଳବାଇ ଗାଁରେ ନିର୍ବାଚନୀ ହିଂସା , ଗୁଳି ମାଡ଼ରେ ୨ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍) : ଟାଙ୍ଗୀ କନ୍ତଳବାଇ ଗାଁରେ ନିର୍ବାଚନୀ ହିଂସା । ଗାଁରେ ଗୁଳି ମାଡ଼ ହୋଇଛି । ଗୁଳି ମାଡ଼ରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଶିବ ପ୍ରସାଦ ପରିଡ଼ାଙ୍କ ଛାତିରେ ଗୁଳି ବାଜିଥିବା ବେଳେ ନଳିନୀ ପରିଡ଼ାଙ୍କ ହାତରେ ଗୁଳି ବାଜିଛି । ଗୁଳିମାଡ଼ ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁରେ ପୋଲିସ ମୁତୟନ କରାଯାଇଛି ।