ବିଚ୍‌ ବଜାରରେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ଗୁଳି ମାଡ଼

ଆନନ୍ଦପୁର (କେ ନ୍ୟୁଜ୍‌) : ବିଚ ବଜାରରେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ବଜାରରେ ଘଟିଛି ଏଭଳି ଘଟଣା । ଆଜି ଅପରାହ୍ନରେ ବେଲବାହାଳି ବଜାର ଦେଇ ଘଷିପୁରାର ନିରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀ ଅନ୍ୟ ଦୁଇ ଜଣଙ୍କ ସହ ସ୍କର୍ପିଓ ଗାଡ଼ିରେ ଯାଉଥିଲେ । ଏତିକି ବେଳେ ହଠାତ୍ ତାଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ଗୁଳି ମାଡ଼ କରିଥିଲେ । ତେବେ ଗୁଳି ଗାଡ଼ି କାଚରେ ବାଜିଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି । ଏନେଇ ନିରଞ୍ଜନ ଘଷିପୁରା ଥାନାରେ ଏତଲା ଦେଇଛନ୍ତି । ପୂର୍ବ ଶତ୍ରୁତା ରୁ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ପୂର୍ବ ଶତ୍ରୁତାରୁ ଗୁଳି ମାଡ଼ ଆଶଙ୍କା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.