ଜୟପୁରରେ ଉଦଘାଟିତ ହେଲା ଫାୟରିଂ ରେଞ୍ଜ !

ଜୟପୁର : ଏଣିକି ବନ୍ଧୁକ ଚାଳନା ତାଲିମ ନେବାକୁ ଜିଲ୍ଲା ଓ ରାଜ୍ୟ ବାହାରକୁ ଯିବାକୁ ପଡିବନି ଛାତ୍ରଛାତ୍ରୀଙ୍କୁ। ଜୟପୁରରେ ଉଦଘାଟିତ ହୋଇଯାଇଛି ଫାୟରିଂ ରେଞ୍ଜ । ନିଶାନା ନାମକ ଏହି ଫାୟରିଂ ରେଞ୍ଜକୁ ଉଦଘାଟନ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଜୟପୁର ବାଉଣିପୁଟରେ ଉଦଘାଟିତ ହୋଇଛି ଏହି ୧୦ ମିଟର ଏୟାର ରାଇଫଲ ରେଞ୍ଜ। ଏହାକୁ ନେଇ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଅଛନ୍ତି। ଏହାଦ୍ୱାରା ଏନସିସି ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ସହ ଏଠାରେ ସେମାନେ ନିଃଶୁଳ୍କ ପ୍ରଶିକ୍ଷଣ ନେଇପାରିବେ। ଏହି ଫାୟାରିଂ ରେଞ୍ଜରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯିବ ବୋଲି କର୍ଣ୍ଣେଲ କହିଛନ୍ତି ।

Leave A Reply

Your email address will not be published.