ମୋହନାରେ ପୁଣି ଗୁଣି ସନ୍ଦେହରେ ଯୁବକଙ୍କୁ ଗୁଳି ମାଡ଼  

କପିଳେନ୍ଦ୍ର ନିଜ ମାମୁ ଘର ବୁଢ଼ୀହୁରୁ ଯାଇ ନିଜ ଗାଁକୁ ଫେରିବା ବେଳେ ଘୋଡ଼ାପଙ୍କା ସ୍କୁଲ ନିକଟରେ ପ୍ରଥମେ ଜଣେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲା । ପରେ ନିକଟରେ ଥିବା ଏକ ବୁଦାରୁ ଅନ୍ୟଜଣେ ଗୁଳି ମାଡ଼ କରିଥିବା କପିଳେନ୍ଦ୍ର ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ମୋହନା(କେନ୍ୟୁଜ୍): ଗୁଣିଆ ସନ୍ଦେହରେ ଯୁବକଙ୍କୁ ଗୁଳିମାଡ଼, ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଘୋଡାପଙ୍କା ଗ୍ରାମରେ। ଗୁଳି ମାଡ଼ରେ ଆହତ ଯୁବକ ଜଣକ ସେହି ଗ୍ରାମର କପିଳେନ୍ଦ୍ର ମଲ୍ଲିକ। କପିଳେନ୍ଦ୍ର ନିଜ ମାମୁ ଘର ବୁଢ଼ୀହୁରୁ ଯାଇ ନିଜ ଗାଁକୁ ଫେରିବା ବେଳେ ଘୋଡ଼ାପଙ୍କା ସ୍କୁଲ ନିକଟରେ ପ୍ରଥମେ ଜଣେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲା । ପରେ ନିକଟରେ ଥିବା ଏକ ବୁଦାରୁ ଅନ୍ୟଜଣେ ଗୁଳି ମାଡ଼ କରିଥିବା କପିଳେନ୍ଦ୍ର ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଗୁଳିଟି କପିଳେନ୍ଦ୍ରଙ୍କ ଡାହାଣ ପାର୍ଶ୍ୱ ଅଣ୍ଟା ତଳକୁ ବାଜିଛି। ତେଵେ ଗୁଣି ସନ୍ଦେହରେ ତାଙ୍କୁ ଆକ୍ରମଣ କରାଯାଇଥିବା କପିଳେନ୍ଦ୍ର କହିଛନ୍ତି । ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆହତ କପିଳେନ୍ଦ୍ର ଙ୍କୁ ବ୍ରହ୍ମପୁର mkcg ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଡବା ପୋଲିସ ଘଟଣା ର ତଦନ୍ତ ଜାରିରଖିଛି।

Leave A Reply

Your email address will not be published.