ରାଜ୍ୟ

ଶେରଗଡରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମର ଶେରଗଡରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-T School ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି । ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି 5-T School ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ । ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ , OSRTC ର ଅଧିକାରୀ ଓ ଶେରଗଡ ର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

3 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

14 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

42 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago