ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡ଼ାଇରେକ୍ଟର ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ, ଦୁଇ ବରିଷ୍ଠ ନିର୍ଦ୍ଦେଶକଙ୍କୁ ୫୦ ହଜାର ଟଙ୍କା ଅର୍ଥ ପ୍ରଦାନ

କଟକ : ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡ଼ାଇରେକ୍ଟର ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ କଟକର ୟୁନିୟନ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ ଜୀବନବ୍ୟାପି ସାଧନା କରିଥିବା କଳାକାରଙ୍କୁ ଡ଼ାଇରେକ୍ଟର ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଦୁଇ ବରିଷ୍ଠ ନିର୍ଦ୍ଦେଶକଙ୍କୁ ୫୦ ହଜାର ଟଙ୍କା ଅର୍ଥ ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଓଡିଶା ସିନେ ଜଗତର ଏହି ଦୁଇ ବରିଷ୍ଠ ନିର୍ଦ୍ଦେଶକ ହେଉଛନ୍ତି ରମେଶ ମହାନ୍ତି ଓ ଜ୍ୟୋତିପ୍ରକାଶ ନାୟକ । ଏହା ସହିତ ଏହି ଦୁଇ ନିର୍ଦ୍ଦେଶକଙ୍କୁ ସାରା ଜୀବନ ମାସିକ ୫ ହଜାର ଲେଖାଏଁ ପେନସନ ପ୍ରଦାନ କରିବ ଆସୋସିଏସନ । ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡ଼ାଇରେକ୍ଟର ଆସୋସିଏସନର କର୍ପସ ଫଣ୍ଡ ନଥିବା ବେଳେ କର୍ପସ ଫଣ୍ଡ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱ କିସ ଫାଉଣ୍ଡେସନ ନେଇଛି ।

କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଦୁଇ ବରିଷ୍ଠ ନିର୍ଦ୍ଦେଶକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ କିଭଳି ଆଗକୁ ନିଆଯାଇ ପାରିବ ଓ ଦେଶ ବିଦେଶରେ ନାଁ କରି ପାରିବ ସେନେଇ ଉଦ୍ୟମ ଆରମ୍ଭ କରିଛି ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡ଼ାଇରେକ୍ଟର ଆସୋସିଏସନ ।

ଡ଼ାଇରେକ୍ଟର ହେଉଛନ୍ତି କ୍ୟାପଟେନ ଅଫ ସିପ କିନ୍ତୁ ନିର୍ଦ୍ଦେଶକ ମାନେ ଓଡ଼ିଶାରେ କୌଣସି ପ୍ରକାର ସହାୟତା ପାଆନ୍ତି ନାହିଁ। ସେମାନଙ୍କୁ ଆର୍ଟିଷ୍ଟ ଭାବେ ଗଣନା କରାଯାଉ ନ ଥିବା ବେଳେ ସ୍କିଲଡ଼ ୱାର୍କର ଭାବେ ଗଣନା କରାଯାଏ ନାହିଁ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଆବଶ୍ୟକ ଓ ସରକାର ଏ ନେଇ ଚିନ୍ତା କରିବା ପାଇଁ ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡ଼ାଇରେକ୍ଟର ଆସୋସିଏସନ ପକ୍ଷରୁ ଦାବି ହୋଇଛି।