ଘଟିଲା ଅଘଟଣ : ଓଡ଼ିଶାରେ କରୋନାରେ ପ୍ରଥମ ମୃତ୍ୟୁ, ଜଣାପଡ଼ିଲା ମୃତ୍ୟୁ ପରେ

ଭୁବନେଶ୍ବର: ଓଡିଶାର ପ୍ରଥମ କରୋନା ମୃତ୍ୟୁ । ସୂଚନା ଅନୁଯାୟୀ ଏହି କରୋନା ଆକ୍ରାନ୍ତଙ୍କ ବୟସ ୭୨ବର୍ଷ । ତାଙ୍କ ଘର ଝାରପଡା ଅଞ୍ଚଳରେ । ତାଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଏମସ୍ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗତ ୪ ତାରିଖ ଦିନ ସେ ଏମ୍‌ରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଏବେ ତାଙ୍କ ସଂସ୍ପର୍ଶରେ କିଏ ସବୁ ଆସିଛନ୍ତି ସେ ନେଇ ଯାଞ୍ଚ ଚାଲିଛି ।

ଏହି ୭୨ ବର୍ଷ ବୟସ୍କ ବ୍ୟକ୍ତି ଜଣକର ଅନେକ ଦିନରୁ ହାଇପରଟେନସନ୍‌ ଥିଲା । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ୪ ତାରିଖ ଦିନ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ନମୂନା ପରୀକ୍ଷା ପରେ ସେ କୋଭିଡ୍‌-୧୯ ପଜେଟିଭ୍‌ ଥିବା ସ୍ପଷ୍ଟ ହୋଇଛି । ତେବେ ଏକଥା ଜଣାପଡ଼ିଲା ତାଙ୍କ ମୃତ୍ୟୁ ପରେ । ଏହା ପରେ ତାଙ୍କ ପରିବାର ଲୋକଙ୍କ ନମୂନା ସଂଗ୍ରହ କରାଯାଉଛି ।

 

ମୃତ୍ୟୁ ପରେ ଜଣାପଡ଼ିଲା କୋଭିଡ୍‌ ପଜେଟିଭ୍‌ ବୋଲି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.