ଡିସଚାର୍ଜ ହେଲେ ଭୁବନେଶ୍ୱର ଏମସ୍‌ର ପ୍ରଥମ କୋଭିଡ୍‌ ପଜିଟିଭ୍‌ ଡାକ୍ତର

ଭୁବନେଶ୍ୱର: ଡିସଚାର୍ଜ ହେଲେ ଭୁବନେଶ୍ୱର ଏମସ୍‌ର ପ୍ରଥମ କୋଭିଡ୍‌ ପଜିଟିଭ୍‌ ଡାକ୍ତର। ଗତକାଲି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି । ଏ ନେଇ ଏମସ୍‌ର ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନାବାନେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ସମସ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ଜଣଙ୍କୁ ସୁସ୍ଥ ହୋଇ ଡିସଚାର୍ଜ ହେବା ସମୟରେ ହସ୍ପିଟାଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।  ତେବେ ବର୍ତ୍ତମାନ ଡିସଚାର୍ଜ ହେବାପରେ ତାଙ୍କୁ ସେଲିବ୍ରେଟି ପରି ଅନୁଭବ ହେଉଥିବା ସେ ଖୁସିରେ କହିଛନ୍ତି । ସୂଚନା ଥାଉକି, ଭୁବନେଶ୍ୱର ଏମସରେ ୫ ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିଲେ । ପରେ ସମସ୍ତଙ୍କୁ ଏମସ୍‌ର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.