ବଣାଇରେ ଘନ କୁହୁଡି, ଦୃଶ୍ୟମାନ ହେଉନି ରାସ୍ତାଘାଟ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଘନ କୁହୁଡି । ଘନ କୁହୁଡି ସାଙ୍ଗକୁ ଅଞ୍ଚଳରେ ଶୀତର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ କୁହୁଡି ଯୋଗୁଁ ରାସ୍ତାଘାଟ ଠିକରେ ଦୃଶ୍ୟମାନ ହେଉନାହିଁ । ସକାଳୁଅ ଶୀତର ମଜା ନେବାକୁ ଲୋକେ ଶୀତବସ୍ତ୍ର ପିନ୍ଧି ପ୍ରାତଃ ଭ୍ରମଣରେ ବାହାରୁଥିବା ଦେଖିବାକୁ ମିଳିଛି । ବଣ ପାହାଡ ଘେରା ଥିବାରୁ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହୁଛି ।

ସୂଚନା ଥାଉକି ରାଜ୍ୟରେ ଅଧିକାଂଶ ସ୍ଥାନରେ ଅନୁଭୂତ ହେଉଛି ଖରା ଗରମର ପ୍ରକୋପ । ଏହାରି ଭିତରେ ସୁନ୍ଦରଗଡ ବଣାଇରେ ଦେଖିବାକୁ ମିଳିଛି କୁହୁଡିର ଝଲକ । ସକାଳୁ ସକାଳୁ ଘନ କୁହୁଡି ମଜା ନେଉଛନ୍ତି ଅଞ୍ଚଳବାସୀ ।

You might also like