ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍‌, ଏହି ବସ୍‌ ସର୍ବ ଭାରତରେ ପ୍ରଥମ

ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍‌ । ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିବା ପରେ ସେଠାରୁ ଚାର୍ଜ ହୋଇ ଓଡିଶା ଆସିଛି । ଏହି ବସ୍‌ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ରହିଛି ।

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା। ଡିସେମ୍ବର ୨୮ ରେ ଦୁଇଟି ବସ୍‌, ୩୧ ରେ ଗୋଟିଏ ଓ ଜାନୁଆରି ୧ ତାରିଖରେ ଆଉ ଦୁଇଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିଥିଲା।
ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି କୁହାଯାଉଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରା ୟ ୨୫୦ରୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ଥିବା ବେଳେ ଏହାର ଘଣ୍ଟାପ୍ରତି ବେଗ ୪୫ କିଲୋମିଟର ରହିବ ।
ପ୍ରଥମେ ପ୍ରବାସୀଙ୍କୁ ବୁଲାଇବା ପରେ ଏହି ବସ୍‌ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଏହାର ସାମ୍ନା ପଟରେ କୋଣାର୍କ ଚକ ଚିହ୍ନ ରହିଛି । ଏହା ସହିତ ବସ୍‌ରେ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ ମଧ୍ୟ ରହିଛି।