ହୀରାକୁଦରୁ ଆଜି ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୧ଟାରେ ବନ୍ୟା ପାଣି ନିଷ୍କାସନ କରାଯିବ । ପ୍ରଥମ ପର୍ଯ୍ୟାୟର ବାମପଟ ସ୍ପିଲୱେର ପାଖାପାଖି ୭ରୁ ୧୦ଟି ଗେଟ ଖୋଲାଯିବ । ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଲଘୁଚାପଜନିତ ପ୍ରବଳ ବର୍ଷା ପୂର୍ବରୁ କିଛି ଜଳ ନିଷ୍କାସନ କରାଯିବ । ପ୍ରାୟ ୮ରୁ ୧୦ ଫୁଟ ପାଣି ନିଷ୍କାସନ ହେବ ।

ପରେ ଜଳଭଣ୍ଡାରର ସ୍ଥିତିକୁ ଦେଖି ଗେଟ ପରିଚାଳନା କରାଯିବ । ଗେଟ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଗେଟ ଖୋଲାଯିବ । ତେଣୁ ତଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।

You might also like