ଆଠଗଡ଼ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ରାସ୍ତାରେ ୪ ଫୁଟରୁ ଅଧିକ ପାଣି ପ୍ରବାହିତ

ଆଠଗଡ଼(କେନ୍ଯୁଜ୍): ଆଠଗଡ଼ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ରାସ୍ତାରେ ୪ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । କଟକ ଜିଲ୍ଲା ଆଠଗଡ଼ ବ୍ଲକ ମହାକାଳବସ୍ତ ପଞ୍ଚାୟତର ଦହିସରା ଏବଂ ଚମ୍ପାପୁର ଢାଉରଙ୍ଗ ଗଡାରେ ପ୍ରବାହିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ରହିଛି । ଚିନ୍ତାରେ ପଡିଛି ଚାଷୀ ।

ପୁରୁଣା କଟକ ସମ୍ବଲପୁରର ଏହି ରାସ୍ତାଟି ଭୁବନେଶ୍ୱର, କଟକ ଏବଂ ପଶ୍ଚିମ ଓଡିଶାକୁ ସଂଯୋଗ ହୋଇଥାଏ । ବନ୍ୟାଜଳରେ ରାସ୍ତାଟି ବୁଡିଯାଇଥିବାରୁ ଯାତାୟତରେ ଅସୁବିଧା ଭୋଗୁଛନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.