ମୟୂରଭଞ୍ଜ : ଶିମିଳିପାଳରେ ବାରହା ଶିକାର କଲା ବାଘୁଣୀ ‘ଜୀନତ୍ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏନକ୍ଲୋଜରରେ ଏକ ବାରହା ଶିକାର କରି ଖାଇଛି । ବାର୍ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ କରିଥିଲା । ଏନେଇ ଏସଟିଆର ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍ ‘ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।
ଗତକାଲି ତାକୁ ଚହଲାସ୍ଥିତ ଏନକ୍ଲୋଜରରେ ଛଡ଼ାଯାଇଥିଲା । ସଫ୍ଟ ଏନକ୍ଲୋଜରରେ ଚାପମୁକ୍ତ ହୋଇ ଦୁଇଟି ଶିକାର କରି ପରିବେଶ ସହ ଖାପ ଖୁଆଇବା ପରେ ଜିନତକୁ ଉତ୍ତର ଶିମିଳିପାଳ କୋରକୁ ଛଡ଼ାଯିବ । ଜୀନତ୍ ୩ ବର୍ଷ ବୟସର ବାଘୁଣୀ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟ ଅଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସଟିଆର୍ ପକ୍ଷରୁ ସୂଚନା ମିଳିଛି ।