କିଟ୍‌ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେଲା ପ୍ରଥମ ଇଣ୍ଟର କ୍ଲବ ଫୁଟସଲ ଚାମ୍ପିଅନସିପ୍‌-୨୦୨୧

ଭୁବନେଶ୍ୱର(କେ ନ୍ୟୁଜ);  କିଟ୍‌ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ଇଣ୍ଟର କ୍ଲବ ଫୁଟସଲ ଚାମ୍ପିଅନସିପ୍‌-୨୦୨୧ । ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୬ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଅକ୍ଟୋବର ୧ରେ ୩ଟି ମ୍ୟାଚ ଖେଳାଯିବ। ଏଥିରେ ୧୨ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି । ଚାମ୍ପିଅନ ଟିମ ପାଇଁ ୧୫ ହଜାର ପୁରସ୍କାର ରାଶି ରହିଛି। ଏଥିରେ ବିଜୟ ହାସଲ କରିଥିବା ଦଳ ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ମେଗା ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ମିଳିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବିକାଶ ବିଭାଗ ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଜେନା, କିଟ୍‌ କ୍ରୀଡା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ, ଓଡ଼ିଶା ଅଲିମ୍ପିକ ଆସୋସିଏସନ ସେକ୍ରେଟାରୀ ଅଭିଜିତ ପାଲ୍‌, ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା ଉପସଭାପତି ଦିଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.