ଦୁର୍ନୀତି ମୁକ୍ତ ଓଡ଼ିଶା ପାଇଁ ଆହ୍ଵାନ ଦେଲେ ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂହ। ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମଡେଲ ଲୋକାୟୁକ୍ତ ରାଜ୍ୟ ହେବ ବୋଲି ସେ କହିଛନ୍ତି। ଲୋକାୟୁକ୍ତ ଗଠନ ଓ କାର୍ଯ୍ୟାବଳୀ ସଂପର୍କରେ ଉଲ୍ଲେଖ କରିଛନ୍ତି । ଦୁର୍ନୀତିର ଶିକାର ନହେବା ଓ ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାକୁ ଲୋକାୟୁକ୍ତଙ୍କ ସହଯୋଗ ନେବାକୁ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ନିବାରଣ ନେଇ ପ୍ରତି ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏଯାଏ ମୋଟ୍ ୫୯୨ଟି ଦୁର୍ନୀତି ଅଭିଯୋଗ ଆସିଥିଲା । ଏଥିମଧ୍ୟରୁ ୬୨ଟି କେସ୍କୁ ଖାରଜ କରାଯାଇଛି। ୫୪ଟି ମାମଲାରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଅଭିଯୋଗ ଆସିଛି। ୪୭୬ଟି କେସ୍ ବ୍ୟକ୍ତିଗତ ଅଭିଯୋଗ ଉପରେ ଅଧାରିତ ହୋଇଥିବା ବେଳେ ଏହାକୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଲୋକାୟୁକ୍ତ ଗଠନ ପରେ ୨୮ଟି ମାମଲା ହସ୍ତଗତ ହୋଇଛି । କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ୩ଟି ବିଷୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି କମିଟି କହିଛନ୍ତି। ସେଗୁଡ଼ିକ ହେଲା- ଅଭିଯୋଗ ଉପରେ କୌଣସି ଏଜେନ୍ସି ଦ୍ୱାରା ତଦନ୍ତ କରାଯିବ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ଓ ମାମଲାକୁ ଶେଷ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକାୟୁକ୍ତ କହିଛନ୍ତି।